Header-News-Banner

ବାରୁଆଁ (ବି) ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସଵ

0
WhatsApp Image 2026-03-28 at 6.32.05 PM


ଭୁବନ ୨୮.୩- ( ମନୋଜ କୁମାର ପୋଥାଳ)ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି)
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ସରସ୍ୱତୀ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବାରୁଆଁ (ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦୁଷ୍ମନ୍ତ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଏବିଇଓ ଶ୍ରୀମତୀ ରାଜଲକ୍ଷ୍ମୀ ଟୁଡୁ,ଶ୍ରୀମତୀ ସୁମତି ପ୍ରଧାନ, ଶିକ୍ଷୟିତ୍ରୀ ଶ୍ରୀମତୀ ଲୀଳାବତୀ କର,ଅବସରପ୍ରାପ୍ତ ଶିକ୍ଷକ ଦୁଃଶାସନ ପରିଡା, ଗ୍ରାମ ସଭାପତି ପ୍ରମୋଦ ପରିଡ଼ା,ଏସ ଏମ୍ ସି ଉପ ସଭାପତି ଶ୍ରୀକାନ୍ତ କୁମାର ଦାସ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆଦର୍ଶ ଶିକ୍ଷକ ବସନ୍ତ କୁମାର ଦାସ ଛାତ୍ର ଛାତ୍ରୀ ମାନଙ୍କୁ ନଟିଆ କମେଡି ସଂଳାପ ପାଠ କରି ବାର୍ଷିକ ଉତ୍ସଵକୁ ସରଗରମ କରିଥିଲେ l ଚଳିତ ଶିକ୍ଷା ବର୍ଷର କୃତି ଛାତ୍ରୀ ସୁଶ୍ରୀ ଅନ୍ଵେଷା ଦାସ ଓ ସୁଶ୍ରୀ ସୂଚିସ୍ମିତା ଆଚାର୍ଯ୍ୟଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ପ୍ରଧାନ ଶିକ୍ଷକ ଉତ୍କଳମଣି ବେହେରା ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *