Header-News-Banner

ଷଣ୍ଢ ଛୁଆ କାଦୁଅରେ ବୁଡି ଯାଉଥିଲା l

0
WhatsApp Image 2026-05-30 at 9.46.00 AM

ଗାଇସିଲଟ – (କଳିଙ୍ଗ ଫୋକସ ନ୍ୟୁଜ ) ସରକାର ଗାଁର ପୋଖରୀକୁ ସୌନ୍ଦର୍ଯ୍ୟକରଣ କରିବାକୁ ଯାଇ ବିଶେଷ ପଇସା ଖର୍ଚ୍ଚ କରୁଛନ୍ତି l ଅଥଚ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବନ୍ଧ ପୋଖରୀକୁ ଲୋକେ ଦେଖିଲେ ଡରିଯିବେ l କାରଣ ଗାଁ ସଂଲଗ୍ନ୍ ବଡ଼ବନ୍ଧ ସୌନ୍ଦର୍ଯ୍ୟ- କରଣ ହୋଇ ସାରିଛି, କିନ୍ତୁ ହିଡ଼ ଗୁଡିକର ରୂପ ଘାଟରୁ ସୌନ୍ଦର୍ଯ୍ୟ ଦିଶେ l ଯେଉଁ ହିଡ଼ କି ଘାଟ ପାଖକୁ ଗଲେ ବୁଦାମୁଳର ସାପ ଉପରେ ଭୟ ହୁଏ l ଏହି ଘଟଣାଟି ତା ଉପର ବଡ଼କଟା ଯାହା ପନ୍ଦର ଏକର ପାଖାପାଖି ହେବ l ଏହାର ମାଟି ବୁହାକାମ କେବେ ସାରି ପାରୁନାହିଁ l ଏଣୁ ଉପର ପଡା ଓ ବସ ଷ୍ଟେସନ ପଡା ଗାଧୋଇବା ପାଇଁ ମହିଜୋରୀ ବନ୍ଧ ପଟରୁ ଆସୁଥିବାବନ୍ଧ ପଟେ ଏକ ଗଭୀର ମାଟି ଉଦ୍ଧାର କାମ କରି ଦଶ ଫୁଟ ବିଶିଷ୍ଟ ଗଭୀର କରାଯାଇଅଛି l କିନ୍ତୁ ମହିଜୋରୀ ପାଣି ଆସୁଥିବାରୁ ହିଡ଼ ପାଖ ପୋତି ହୋଇ ସେଥିରେ ଜଳଲିଙ୍ଗି ଓ ଘାସ ହେବାରୁ ଗାଇବଳଦ କେତେକ ପଶୁ ଖାଇବାକୁ ଆସି ସେହି ଜଳଲିଙ୍ଗି ପତର ଭିତରେ ଭାସି ଯାଇ ଦରକାର ହେଲେ ମୃତ୍ୟୁ ମୁଖରେ ପଡିଯାଉଛନ୍ତି l ଆଜି ସେହି ଘଟଣା ଘଟିଛି, ଏକ ଷଣ୍ଢଛୁଆ ଘାସ ଲୋଭରେ ଆସି ଭିତରେ ଭାସି ଯାଇ ଚେଷ୍ଟାକରି ନିରାଶ ହୋଇ ଚୁପ ରହିଗଲା l ଗାଁ ରୁ ଶଳା- ଭିଣେଇ ଗାଧୋଇ ଯିବା ବେଳେ ଚରୁଥିବାର ଦେଖିଥିଲେ l କିନ୍ତୁ ମନ କଣ ହେଲା କେଜାଣେ ପୁଣି ତାହା ଦେଖିବାକୁ ଯିବାରୁ ଷଣ୍ଢ ଅଟକି ଯିବାର ଅନୁମାନ କରି ଆଖପାଖ ଲୋକଙ୍କୁ କହି ଅଗ୍ନିଶମ (ଦମକଳ ) ବିଭାଗକୁ କଲ କରିଥିଲେ l ଦମକଳ କର୍ମଚାରୀ IC-LFF- ଗୋବିନ୍ଦ ସାହୁ ଓ ସହକର୍ମୀ ମାନେ ଆସି ଗାଁରୁ.. ଓ.. ସହିତ ଷଣ୍ଢକୁ ଯଥାଶୀଘ୍ର ଉଦ୍ୟମ କରି ବାହାର କରି ଥିଲେ l ଫକୀର ଦୀପଙ୍କ ରିପୋର୍ଟ l

Spread the love

Leave a Reply

Your email address will not be published. Required fields are marked *