Header-News-Banner

ବ୍ରାଉନ ସୁଗର ଚାଲାଣ ବେଳେମାଡି ବସିଲା ଟାଉନ ପୋଲିସ । 

0
WhatsApp Image 2026-03-13 at 7.50.04 PM

ବ୍ରାଉନ ସୁଗର ଚାଲାଣ ବେଳେମାଡି ବସିଲା ଟାଉନ ପୋଲିସ ବରଗଡ :୧୩/୦୩(ଯୋଗେନ୍ଦ୍ର ସାହୁ ) ବରଗଡ଼ ସହରକୁ ଚୋରା ଚାଳାଣ ହେଉଥିବା ବ୍ରାଉନ ସୁଗର ଗ୍ୟାଙ୍ଗକୁ ଧରିଲା ଟାଉନ ଥାନା ପୋଲିସ । ବରଗଡ଼ ସହର ବ୍ରହ୍ମଚାରୀ-କଟାପାଲି ରାସ୍ତାରେ ବେଆଇନ ଭାବେ ବ୍ରାଉନ ସୁଗର କାରବାର ଚାଲିଥିବା ବେଳେ ପୋଲିସ ଟିମ ମାଡ଼ି ବସିଥିଲା । ଘଟଣା ସ୍ଥଳରୁ ତିନି ଜଣ ଯୁବକଙ୍କ ପାଖରୁ ୩ ଲକ୍ଷ ଟଙ୍କାର ୧୬ଗ୍ରାମ ବ୍ରାଉନ ସୁଗର, ଦୁଇଟି ମୋବାଇଲ, ୨୨୫୦ଟଙ୍କା ଜବତ କରିଥିଲା ଟାଉନ ଥାନା ପୋଲିସ । ବ୍ରାଉନ ସୁଗର କାରବାର ଘଟଣାରେ ପୋଲିସ ବରଗଡ଼ ସହରର ରାଜୁ ତାଣ୍ଡୀ, ଗୋପୀ ମହାନନ୍ଦ, ଶ୍ରବଣ କୁମ୍ଭାରକୁ ଗିରଫ କରିଛି । ଏନେଇ ଟାଉନ ଥାନାରେ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଳାଣ କରିଛି ।ପଡ଼ୋଶୀ କଳିକତା ରାଜ୍ୟରୁ ସମ୍ବଲପୁର ଜିଲ୍ଳା ଦେଇ ବରଗଡ଼ ସହରକୁ ବ୍ରାଉନ ସୁଗର ଚୋରା ଚାଳାଣ ହେଉଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଥିବା ବରଗଡ଼ ସଦର ଏସଡିପିଓ କହିଛନ୍ତି । ବ୍ରାଉନ ସୁଗର ଚୋରା କାରବାର ପଛରେ ଆଉ କିଏ ସଂପୃକ୍ତ ଅଛନ୍ତି, କେଉଁଠାରୁ ବ୍ରାଉନ ସୁଗର ଆସୁଛି, ଏହାର ମାଷ୍ଟର କିଙ୍ଗ କିଏ ତାକୁ ନେଇ ପୋଲିସ ଅଧିକ ଖୋଲତାଡ଼ କରୁଛି । ବ୍ରାଉନ ସୁଗର ଗୋଟିଏ କେଜିକୁ ବଜାରରେ ଏକ କୋଟି ଟଙ୍କାରେ ବିକ୍ରି ହେଉଥିବା ପୋଲିସ ତଦନ୍ତରେ ଜଣାପଡ଼ିଛି । ବିଗତ କିଛି ମାସ ହେବ ବରଗଡ଼ ସହରରେ ନିଶା କାରବାର ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ନିଶା କାରବାର ନେଇ ବରଗଡ଼ ସହରବାସୀ, ବୁଦ୍ଧିଜୀବି, ଯୁବଗୋଷ୍ଠୀ, ବିଭିନ୍ନ ରାଜନୈତିକ ଦଳରେ ଅସନ୍ତୋଷ ପ୍ରକାଶ କରି ନିଶା କାରବାରକୁ ମୁକ୍ତ କରିବାକୁ ଦାବି ହୋଇଥିଲା । ଏହାପରେ ଟାଉନ ପୋଲିସ ନିଶା କାରବାର ରୋକିବା ପାଇଁ ଅଣ୍ଟା ଭିଡ଼ିଛି । 

Spread the love

Leave a Reply

Your email address will not be published. Required fields are marked *