ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ରେ ୩୦ଗୋଟି ଅଭିଯୋଗ
ହିଞ୍ଜିଳିକାଟୁ:୩୦/୦୩/୨୬(ରଜତ ପଟ୍ଟନାୟକ)ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ,ଗଞ୍ଜାମ ଆନୁକୁଲ୍ୟରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ହୋଇଥିଲା ।ଶିବିରରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କନ୍ଧର୍ବ ସ୍ୱାଇଁ ପରିଚାଳନା କରିଥିଲେ।ସରପଞ୍ଚ ସନ୍ତୋଷ କୁମାର ସାହୁ,ଅତିରିକ୍ତ ତହସିଲଦାର ସୁରଜ କୁମାର ବେହେରା,ସମିତି ସଭ୍ୟ ଜଗବନ୍ଧୁ ସାହୁ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ ପ୍ରଧାନ,ସିଡିପିଓ ବିଜୟଲଷ୍ମୀ ପାଢ଼ୀ,ବ୍ଳକ ଉପାଧ୍ଯକ୍ଷ ସୁନିଲ୍ କୁମାର ଗନ୍ତାୟତ,ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସାହୁ ଯୋଗ ଦେଇଥିଲେ।ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ,ଅପେକ୍ଷିତ ଓ ସରକାରୀ ସୁବିଧାରୁ ବଞ୍ଚିତ ହିତାଧୁକାରୀ,ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ନିଜର ବିଭିନ୍ନ ଯୋଜନାରୁ ଉପକୃତ ହେବା ପାଇଁ ଅଭିଯୋଗ ରଖିଥିଲେ।ଆଜିର ଦ୍ଵିତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣିରେ ମୋଟ ୩୦ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା।ସେଥି ମଧ୍ୟରୁ ରାସନ କାର୍ଡ ୦୯ଟି,ସୁଭଦ୍ରା ଯୋଜନା ୦୭ଟି,ଗ୍ରାମୀଣ ଆବାସ ୦୪ଟି,ସାମୁହିକ୦୧,ଜଳଯୋଗାଣ ୦୧ ଓ ବ୍ୟକ୍ତି ଗତ ଭାବେ ବିଭିନ୍ନ ବିଭାଗ ପାଇଁ ୦୮ଟି ଅଭିଯୋଗ ଦାଖଲ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ୱାଇଁ,ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତି କରଣ ବିଭାଗ ଅଧିକାରୀ ବନଶ୍ରୀ ଦାଶ,ରାଜସ୍ବ ନିରୀକ୍ଷକ ଅରବିନ୍ଦ ଦାସ,ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଗିରିଷ ନାୟକ,ସହକାରୀ ଯନ୍ତ୍ରୀ ଡି. ଅଶୋକଙ୍କ ସମେତ ଅନ୍ୟାନ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ଶିବିରରେ ଆଶା କର୍ମି,ଅଙ୍ଗନବାଡି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।