ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇ ଦେଲେ ସ୍ବାମୀ :ଜୁନାଗଡ଼ ପୋଲିସ ର ଛାନ ଭିନ ଆରମ୍ଭ
ଧର୍ମଗଡ( କଳିଙ୍ଗ ଫୋକସ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ):
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ବାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସନ୍ୟାସୀ କୁଣ୍ଡା ମାଳ ଗ୍ରାମର ପ୍ରମୋଦ ଚନ୍ଦନ ନିଜ ସ୍ତ୍ରୀ ଙ୍କୁ ହତ୍ୟା ପରେ କେନାଲ ରେ ଫିଙ୍ଗି ଦେଇଥିଲେ। ଆଉ ସେ ନିଜେ ଭାବୁକ ହୋଇ ବିଷ ପିଇ ଦେଇଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ସେଠାରେ ନିଜ ସ୍ତ୍ରୀ ଙ୍କୁ ହତ୍ୟା କରି କେନାଲ ରେ ଫିଙ୍ଗି ଦେଇଥିବା କଥା ପ୍ରକାଶ କରିଥିଲେ।ଏ ନେଇ ସୂଚନା ପାଇବା ପରେ ଜୁନାଗଡ଼ ପୋଲିସ ଓଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ପ୍ରକ୍ରିୟା ଯୋରସୋର୍ ରେ ଚଳାଇଛି।ତେବେ ବର୍ତ୍ତମାନ ସୁଦ୍ଧା ମୃତ ଦେହ ପାଇ ନ ଥିବା ଜଣା ପଡିଛି।