ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଚକ୍ଷୁ ବିଶେଷଜ୍ଞଙ୍କ ନିଯୁକ୍ତି ରୋଗୀମାନଙ୍କ ମଧ୍ୟରେ ଖୁସିର ଲହରୀ
ଆଙ୍କର,-ଆବିଦ ଆନସାରୀ
Kalinga 24 ଫୋକସ ନିୟୁଜ
ଚମ୍ପୁଆ,
ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବେ ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଅଞ୍ଚଳ ସହ ଅଖ ପାଖ ଅନେକ ଅଞ୍ଚଳର ରୋଗୀମାନଙ୍କ ପାଇଁ ଭରସାର କେନ୍ଦ୍ର ଭାବେ ପରିଚିତ। ଏହି ପରିପ୍ରେକ୍ଷିତରେ ଚିକିତ୍ସାଳୟରେ ନୂତନ ଚକ୍ଷୁ ବିଶେଷଜ୍ଞଙ୍କ ନିଯୁକ୍ତି ହେବା ଏକ ଖୁସିର ସମ୍ବାଦ ଭାବେ ଦେଖାଯାଉଛି।
ସମ୍ପ୍ରତି କିଛି ଦିନ ମଧ୍ୟରେ ଏଠାରେ ଗାଇନେକୋଲୋଜି (ମହିଳା ରୋଗ) ଡାକ୍ତରଙ୍କ ନିଯୁକ୍ତି ପରେ, ବର୍ତ୍ତମାନ ଚକ୍ଷୁ ବିଭାଗକୁ ଶକ୍ତିଶାଳୀ କରିବା ପାଇଁ ଡାକ୍ତର ସତାବ୍ଦୀ ଜେନାଙ୍କୁ ଚକ୍ଷୁ ବିଶେଷଜ୍ଞ ଭାବେ ଚମ୍ପୁଆ ମେଡିକାଲରେ ନିଯୁକ୍ତ କରାଯାଇଛି। ସେ ବାଲେଶ୍ୱରରୁ ଏଠାରେ ଯୋଗଦେଇଥିବା ସହିତ ପ୍ରତିଦିନ ରୋଗୀମାନଙ୍କୁ ସେବା ଯୋଗାଇବେ ବୋଲି କହିଛନ୍ତି।
ଏହି ନିଯୁକ୍ତି ଫଳରେ ଆଖ ପାଖ ଗରିବ ଓ ଅସହାୟ ରୋଗୀମାନଙ୍କୁ ଆଖି ସମ୍ବନ୍ଧୀୟ ଚିକିତ୍ସା ପାଇଁ ଦୂର ଜିଲ୍ଲା କିମ୍ବା ବଡ଼ ସହରକୁ ଯିବାକୁ ପଡିବ ନାହିଁ। ସ୍ଥାନୀୟ ସ୍ତରରେ ଏହି ସୁବିଧା ମିଳିବାରୁ ଲୋକମାନେ ବହୁତ ଉପକୃତ ହେବେ ବୋଲି ଆଶା କରାଯାଉଛି।
ତଥାପି ଚିକିତ୍ସାଳୟରେ ଅନ୍ୟାନ୍ୟ କିଛି ଡାକ୍ତରଙ୍କ ପଦ ଏପର୍ଯ୍ୟନ୍ତ ଖାଲି ପଡ଼ିଛି। ଏହି ପଦବୀଗୁଡିକୁ ଶୀଘ୍ର ଭର୍ତ୍ତି କରିବାକୁ ସ୍ଥାନୀୟ ଲୋକମାନେ ସରକାରଙ୍କୁ ଅନୁରୋଧ କରୁଛନ୍ତି।
ଚକ୍ଷୁ ବିଶେଷଜ୍ଞଙ୍କ ନିଯୁକ୍ତି ଚମ୍ପୁଆ ମେଡିକାଲର ସ୍ୱାସ୍ଥ୍ୟ ସେବାକୁ ଆହୁରି ଦୃଢ଼ କରିବା ସହ ଲୋକମାନଙ୍କର ଭରସାକୁ ଆହୁରି ମଜବୁତ କରିବ,