Header-News-Banner

ଯୁବକର ମୃତ୍ୟୁ ଦେହ ଜମି ହିଡ଼ରୁ ଉଦ୍ଧାର

0
WhatsApp Image 2026-05-07 at 8.30.59 AM

ଯୁବକର ମୃତ୍ୟୁ ଦେହ ଜମି ହିଡ଼ରୁ ଉଦ୍ଧାର : ବିଷମ କଟକ ୬/୫(ପ୍ରଶାନ୍ତ କୁମାର ପାତ୍ର ) ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର ଗତ ଚାଟିକଣା ଦେଶୀ ଭାଟି ପାର୍ଶ ରେ ଧାନ ଚାଷ ଜମି ହିଡ଼ରୁ ଜଣେ ଯୁବକର ମୃତ୍ୟୁ ଦେହ ଠାବ ହୋଇଛି | ଯୁବକ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି | ନୀତିଦିନ ପରି ଜମିରେ ପାଣି ମାଡାଇବା ପାହିଜମିର ମାଲିକ ସକାଳ ସମୟ ରେ ନିଜ ଚାଷ ଜମିକୁ ପାଣି ମଡ଼ାଇବା ପାହି ଯିବା ସମୟରେ ଯୁବକ ଜଣକ ବିଳ ହିଡ଼ରେ ମୃତ୍ୟୁ ହୋଇ ଥିବା ଦେଖି ବିଷମ କଟକ ପୋଲିସ କୁ ଖବର ଦେଇ ଥିଲେ | ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲେ | ମୃତ୍ୟୁ ଯୁବକ ନିକଟରୁ ଆଧାର କାର୍ଡ ପାଇଁ ବେଳେ ମୃତ୍ୟୁ ଯୁବକ ଜଣକ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପାଣି ଗାଁ ର ଯୁଧିଷ୍ଠିର ନାୟକ ( ୪୫)ବୋଲି ଜଣାପଡିଛି |ଘଟଣା ସଂକ୍ରାନ୍ତ ରେ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବା ପରେ ପରିବାର ଲୋକେ ବିଷମ କଟକ ପହଂଚି ଶବ ଚିନ୍ନଟ କରିଛନ୍ତି | ସଂପୃକ୍ତ ଯୁବକ ବେଙ୍ଗୁଲରୁ ରୁ ଘରକୁ ଫେରୁଥିବା ସମୟରେ କୈଣସି କାରଣ ରୁ ଗତ କାଲି ବିଷମ କଟକ ରେଳଷ୍ଟେସନ ରେ ଓଲ୍ଲାଇ ଯାଇଥିବା ନେଇ ସନ୍ଧେହ କରାଯାଇଛି | ସଂପୃକ୍ତ ଯୁବକ କାହିଁକି ସେ ବିଳ ହିଡ଼ ପଟେ ଯାଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ | ପୋଲିସ ମୃତ୍ୟୁ ଦେହ କୁ ଜବତ କରିଛି | ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *