Header-News-Banner

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ପାଇଁ ପ୍ରସ୍ତୁତି ବୈଠକ।

0
IMG-20251206-WA0041

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟିର ଅଧ୍ୟକ୍ଷ ପ୍ରେକ୍ଷା ଅଗ୍ରୱାଲ,ଆଇଏଏସ, ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ,ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଏନଏସି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର,ବିଧାୟକ ପ୍ରତିନିଧି ହିମାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇ ଆଗାମୀ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୫ ପାଇଁ ବିଭିନ୍ନ କମିଟି ମାନ ପୁନର୍ଗଠନ କରାଯିବା ନେଇ ଆଲୋଚନା ଓ ଉତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଧର୍ମଗଡ଼ ଥାନା ଅଧିକାରୀ ସୁଦର୍ଶନ ନାୟକ, ଆଇନଜୀବୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ,, ନିରଞ୍ଜନ ମହାପାତ୍ର,ବିଦ୍ୟାଧର ସାହୁ,ବିରଞ୍ଚି ନାରାୟଣ ଜାଲ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ସୁଶ୍ରୀ ହୀରା ବାଗ, ଲିଙ୍ଗରାଜ ପାତ୍ର, ମାଧବ ଲହଜଲ, ଇଙ୍ଗିତ କୁମାର ପଣ୍ଡା,ଘନଶ୍ୟାମ ଅଗ୍ରୱାଲ,କ୍ଷୀରୋଦ ବାଗ,ରମଣୀ କାନ୍ତ ଜାଲ, ଉମେଶ ଦୁରିଆ,ପ୍ରମୋଦ କୁମାର ପଣ୍ଡା,ପ୍ୟାରିଲାଲ ଦୁର୍ଗା,ଲିଙ୍ଗରାଜ ପଣ୍ଡା,ମହେନ୍ଦ୍ର ତାଣ୍ଡି,ଆଶୁତୋସ ରାଉତ,ଧର୍ମଗଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ସିଂ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ। ସହ ଉପଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସହ ଉପ ଜିଲ୍ଲାପାଳ ଅଜିତ କୁମାର ଶବର ଧନ୍ୟବାଦ୍ ଦେଇଥିଲେ।
ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହେବ।ଧର୍ମଗଡ ରୁ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ କଳିଙ୍ଗ 24 news

Spread the love

Leave a Reply

Your email address will not be published. Required fields are marked *