Header-News-Banner

ଏସି ଏସ ଟି ସୁରକ୍ଷା ମଞ୍ଚ ତରଫରୁ ତିନି ଦଫା ଦାବି ପୂରଣ ନେଇ ଆମରଣ ଅନଶନ ଓ ଧାରଣା

0
IMG-20251124-WA0091

ବାଲିଆପାଳ:ତା:୨୪/୧୧/୨୦୨୫, ରିଖ,(ଜ୍ୟୋତିରଞ୍ଜନ ପଟ୍ଟାୟତ):ବାଲେଶ୍ୱର ଜିଲ୍ଲା ରୁ ପ୍ରତିନିଧି: ବାଲିଆପାଳ ଏସି ଏସ ଟି ସୁରକ୍ଷା ମଞ୍ଚ ତରଫରୁ ତିନି ଦଫା ଦାବି ପୂରଣ ନେଇ ଆଜି ବାଲିଆପାଳ ଥାନା ଆଗରେ ଆମରଣ ଅନଶନ ଓ ଧାରଣା ଅନୁଷ୍ଠିତ ହୋଇଛି। ମୁଖ୍ୟ ଦାବି ଗୁଡିକ ହେଉଛି ସାନ୍ତାଳୀ ଜାତି ଉଠାଇ ଗାଳି ଦେଇଥିବା ସାମ୍ବାଦିକା ରାଜଶ୍ରୀ ପାଣିଗ୍ରାହୀ ଓ ସାମ୍ବାଦିକ ପ୍ରଦୀପ କୁମାର ଜେନା ଙ୍କ ଗିରଫ,ଏସି ଏସ ଟି ଲୋକଙ୍କୁ ସୁରକ୍ଷା ଓ ବାଲିଆପାଳରେ ସାମ୍ବାଦିକତାର ଦବଙ୍ଗ ଗିରି ବନ୍ଦ। ଏହି ଆମରଣ ଅନଶନ ଓ ଧାରଣାରେ ସଂଗଠନର ରାଜ୍ୟ ସଭାପତି ସୁଧୀର କୁମାର ଖଣ୍ଡା, ଜିଲ୍ଲା ସଭାପତି ସନ୍ୟାସୀ ବେହେରା, ସଂଗଠକର ରାଜ୍ୟ ସମ୍ପାଦକ ସଦାଶିବ ସେଠୀ, ସଂଜୟ ମାହାନା, ନୀଳକଣ୍ଠ ଜେନା, ମଧୁ ସୂଦନ ସିଂ, ଝଙ୍ଗଲା ମାଝୀ, ଗୋପାଳ ବେସ୍ରା, ରଘୁନାଥ ମାଝୀ, କାଳୀ ଚରଣ ମୁର୍ମୁ, କାଳୀ ଚରଣ ହେମ୍ବ୍ରମ, ଭେଲୁ ମାଝୀ, ବୈଦ୍ୟନାଥ ମୁର୍ମୁ, ନଗେନ୍ଦ୍ର ହାଁସଦା, ମୁକୁନ୍ଦ ସିଂ ପ୍ରମୁଖ ଶତାଧିକ ଯୋଗ ଦେଇଛନ୍ତି। ପ୍ରକାଶ ଥାଉ କି ଗତ ୧୮ ତାରିଖ ଦିନ ଅଭିଯୁକ୍ତ ସାମ୍ବାଦିକା ଓ ଅଭିଯୁକ୍ତ ସାମ୍ବାଦିକ ସିମୁଳିଆ ମାର୍କେଟ ନିକଟରେ ନାରାୟଣପୁର ଗ୍ରାମର ଜଣେ ଆଦିବାସୀ ଲୋକ ତପନ କୁମାର ମାଝୀଙ୍କୁ ପୂର୍ବ ଘଟଣାକୁ କେନ୍ଦ୍ର କରି ଜାତି ଉଠାଇ ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲେ। ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏନେଇ ତପନ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଦୁଇ ସାମ୍ବାଦିକ ଓ ସାମ୍ବାଦିକା ତପନ ବିରୋଧ ରେ ପାଲଟା ଅଭିଯୋଗ ଆଣିଥିଲେ। ତେବେ ଏହି ଖବର ଲେଖା ବେଳକୁ କୌଣସି ଉଚ୍ଚ ପଦ ଅଧିକାରୀ ଅନଶନ ସ୍ଥଳରେ ପହଁଞ୍ଚି ନ ଥିବା ପ୍ରକାଶ। ତେବେ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ଖଣ୍ଡା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *