Header-News-Banner

ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଖେଳ କୁଦ ଉତ୍ସବ

0
IMG-20251124-WA0104

ବାଲିଆପାଳ:ତା:୨୪/୧୧/୨୦୨୫, ରିଖ,(ଜ୍ୟୋତିରଞ୍ଜନ ପଟ୍ଟାୟତ):ବାଲେଶ୍ୱର ଜିଲ୍ଲା ରୁ ପ୍ରତିନଧି :ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ କ୍ଷୀରୋଦା ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଖେଳ କୁଦ ଉତ୍ସବ ବିଷ୍ଣୁପୁର ପଡିଆରେ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ଦେଭୋଗ ସରପଞ୍ଚ ପ୍ରତିନିଧି ମୃତ୍ୟୁଞ୍ଜୟ ନାୟକ, ସମିତି ସଦସ୍ୟା ପ୍ରତିନିଧି ଧନଞ୍ଜୟ ଗିରି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ କ୍ରୀଡା ଉତ୍ସବ ର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ। ବିଦ୍ୟା ଭାରତୀ ଅନୁଦିତ ଓଡିଶା ଶିକ୍ଷା ବିକାଶ ସମିତି ନିର୍ଦ୍ଦେଶ ରେ ଏହି ଉତ୍ସବ ହୋଇ ଥିବା ବେଳେ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ର ସଭାପତି ଅମୂଲ୍ୟ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ଗିରି ସ୍ୱାଗତ ଭାଷଣ,ଗୁରୁମା ବିଦ୍ୟୁତ ପ୍ରଭା ଦେ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ , ଗଣିତ ସର୍ଟ ଫୁଟ, ଗୁଳା ଫିଙ୍ଗା, ଥାଳିଆ ଫିଙ୍ଗା, ଭାରସାମ୍ୟ, ପୁଚି, ସ୍ପିକିଙ୍ଗ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟା ଅଞ୍ଜନା ମିଶ୍ର, କୃଷ୍ଣା ସୁର , ଚିନ୍ମୟୀ ଦେ, ବିଷ୍ଣୁ ପ୍ରିୟା କୁହ୍ଲାରୀ, ଅନ୍ନପୂର୍ଣ୍ଣା ବିଶ୍ୱାଳ, ସୁକାନ୍ତ ପ୍ରଧାନ, ରାଜେଶ ଦେ ପ୍ରମୁଖ ପରିଚାଳନା କରିଥିଲେ। ଗୁରୁଜୀ ଜଳଧର ଦେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *