କୁକୁର ପାଇଁ ଚାଲିଗଲା ଟଟୋ ଡ୍ରାଇଭର ଙ୍କ ଜୀବନ.
ବସ୍ତା:ତା:୨୪/୧୧/୨୦୨୫, ରିଖ:(ଜ୍ୟୋତିରଞ୍ଜନ ପଟ୍ଟାୟତ):ବାଲେଶ୍ୱର ଜିଲ୍ଲା ପ୍ରତିନିଧି:ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମୁକୁଳୁସି ତାରିଣୀ ମନ୍ଦିର ଛକ ନିକଟରେ ଟଟୋ ଓଲଟି ଯୁବକ ମୃତ. ସୂଚନା ଅନୁସାରେ ଆଜି ଅପରାହ୍ନ ଚାରିଟା ତିରିଶ ମିନିଟ ସମୟରେ ବାଲେଶ୍ୱର ରୁ ବାଲିଆପାଳ ଟଟୋ ଯୋଗେ ଯାଉଥିବା ଜନୈକ ଚାଳକ ସମ୍ମୁଖ କୁ ଏକ କୁକୁର ଆସିଯିବା ରୁ ବ୍ରେକ ଦେଇଥିଲେ. ବ୍ରେକ ଦେବା କ୍ଷଣି ଗାଡି ଟି ରାସ୍ତା ଉପରେ ଓଲଟି ଯାଇଥିଲା. ତେବେ ଘଟଣାସ୍ଥଳ ରେ ଦେବଦୂତ ସାଜି ପହଂଚି ଥିଲେ ପୁନସୀତା ଗ୍ରାମ ର ଦୀପକ କୁମାର ଜେନା,ତୁରନ୍ତ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ମଧ୍ୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ଆସିବା ରୁ ଏକ ଅଟୋ ଯୋଗେ ଟଟୋ ଚାଳକ କୁ ବସ୍ତା ମେଡିକାଲ କୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ.ମୃତକ ଜଣକ ହେଲେ ବାଲିଆପାଳ ଥାନା ଘାଣ୍ଟିଆଡ଼ି ଗ୍ରାମ ର ଅଶୋକ ରାୟ ଙ୍କ 38 ବର୍ଷ ର ପୁତ୍ର ଅଭିମନ୍ୟୁ ରାୟ ବୋଲି ଜଣାପଡିଛି. ଅଭିମନ୍ୟୁ ପେସା ରେ ଜଣେ ଟଟୋ ଚାଳକ, ସେ ସକାଳ ଠାରୁ ବାଲେଶ୍ୱର ଯାଇ ଘରକୁ ଫେରୁଥିବା ଅବସ୍ଥା ରେ ଦୁର୍ଘଟଣା ଘଟିଥିବା ଜଣାପଡିଛି.