ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଭାଜପାର ଏକତା ପଦଯାତ୍ରା ଅନୁଷ୍ଠିତ
ଧର୍ମଗଡ (କଳିଙ୍ଗ ଫୋକସ୍ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ ): କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିଛି ଭାଜପା।ଏହାଦ୍ୱାରା ଦଳର ଉତ୍ତର ଦାଇତ୍ୱ ବଢିଯାଇଛି।ଲୋକଙ୍କ ସମସ୍ୟା ସମାଧାନ ଆମ ପ୍ରାଧାନ୍ୟ ହେବା ଉଚିତ।ଆମେ ସଙ୍ଗଠନକୁ ଲୋକାଭିମୁଖୀ କରିବାକୁ ହେବ।ଏହି ଭଳି ଚିନ୍ତାଧାରରେ ସଙ୍ଗଠନକୁ ସୁଦୃଢ କରିବାରେ ପ୍ରୟାସରତ ଭାଜପା।କଳାହାଣ୍ଡି ଜିଲ୍ଲା ଧର୍ମଗଡ ଇଷ୍ଟଦେବୀ ମା ଭଣ୍ଡାରଘରୁଣୀ ମନ୍ଦିର ଠାରୁ ଗୋଡଭାଞ୍ଜା ଗୋଲେଇ ଛକ ପର୍ଯ୍ୟନ୍ତ ଏକ ବିଶାଳ ସମାବେଶରେ ବାହାରି ଭାଜପା ପକ୍ଷରୁ ସର୍ଦ୍ଧାର ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସହ ବନ୍ଦେ ମାତରଂ ର 150 ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ରାଲି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା।ଅନୁଷ୍ଠିତ ସଭାରେ କଳାହାଣ୍ଡି ସାଂସଦ ମାଳବିକା,ଧର୍ମଗଡ ବିଧାୟକ ସୁଧୀର ରଂଜନପାଟ ଯୋଶୀ,ବ୍ଲକ ଅଧ୍ୟକ୍ଷା ବବିତା ପାଟ ଯୋଶୀ, ଏନ ଏସ ସି ଅଧକ୍ଷ ଅଶୋକ ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁୱନ୍,ଉପ ଜିଲ୍ଲାପାଳ ପ୍ରେକ୍ଷ୍ୟା ଅଗ୍ରୱାଲ, ତହସିଲ ଦାର୍ କିର୍ତିଚନ୍ଦ୍ର ପ୍ରଧାନ, ବିଡ଼ିଓ ସଦାଶିବ ନାୟକ, ଓ ସମସ୍ତ ମଣ୍ଡଳ ସଭାପତି ଓ ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ମଞ୍ଚାସିନଥିଲେ।ଏହି କର୍ଯ୍ୟରେ ଜିଲ୍ଲା ତଥା ଧର୍ମଗଡ ନିର୍ବାଚନ ମଣ୍ଡଳୀର ବହୁ ମଣ୍ଡଳ କାର୍ଯ୍ୟକର୍ତା, ବିଭିନ୍ନ ସଂଗଠନର କାର୍ଯ୍ୟକର୍ତା, ଶତାଧିକ ମହିଳା, ପୁରୁଷ କର୍ମୀ ଉପସ୍ଥିତ ଥିଲେ।ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଓ ଭଗବାନ ବିରସା ମୁଣ୍ଡାଙ୍କ ଦେଶପାଇଁ ତ୍ୟାଗ ଓ ବଳିଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାପକ କାର୍ଯ୍ୟକର୍ତାଙ୍କ ଉପସ୍ଥିତି ଯୋଗୁଁ ଭାଜପା ଶିବିରରେ ଉତ୍ସାହ ଦେଖିବାକୁ ମିଳିଥିଲା।