Header-News-Banner

ଛୋଟରାୟପୁର ଫୁଟବଲ ଟୁର୍ନାମେଣ୍ଟ ଉଦଯାପନୀ ଯୋଗଦେଲେ ସାଂସଦ ପ୍ରତିନିଧି

0
IMG-20251124-WA0120

ଘଟଗାଁ ୨୪ l ୧ ୧ (ତ୍ରିଲୋଚନ ପାତ୍ର)ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିପୋଖରୀ ଗ୍ରାମପଞ୍ଚାୟତ ଛୋଟରାୟପୁର ମା ତାରିଣୀ ସ୍ପୋଟିଙ୍ଗ କ୍ଲବ ଆନୁକୂଲ୍ୟରେ ୨୪ ତମ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି।ଚଳିତ ବର୍ଷର ଫାଇନାଲ ମ୍ୟାଚରେ ହାତୀନୋଟା ଏଫସି ହରିଚନ୍ଦନପୁର ମା ତାରିଣୀ ଏଫସି କୁ ୩ -୨ ବ୍ୟବଧାନରେ ପରାସ୍ତ କରି ଚମ୍ପିଆନ ହୋଇ ପ୍ରଥମ ସ୍ଥାନ ଅଧିକାର କରିଛି । ଦୀର୍ଘ ଚାରି ଦିନ ଧରି ଚାଲିଥିବା ଖେଳକୁ ପରିଚାଳନା କରିଥିଲେ ସୁନୀଲ ଟୁଡୁ, ବିନୋଦ ହନହଗା, ଚକ୍ରଧର ଚାତାର। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର, ସମ୍ମାନିତ ଅତିଥିଭାବେ ଘଟଗାଁ ବିଡ଼ିଓ ଖଗେଶ୍ୱର ବରାଳ ଯୋଗଦେଇ ମଞ୍ଚର ଶୋଭା ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଅତିରିକ୍ତ ମତ୍ସ ଅଧିକାରୀ ଗୁଣ ନିଧି ସିଂହ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପ୍ରତାପ କିଶୋର ଦଣ୍ଡପାଟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ଖଣ୍ଡା, ପ୍ରମୁଖ ଯୋଗଦେଇ ଖେଳାଳୀ ଖେଳ ପ୍ରଦର୍ଶନର ଆନନ୍ଦ ଉଠାଇଥିଲେ। ଚମ୍ପିୟାନ ଓ ରନସ ଅଫ ଦଳକୁ ସିଲିଡ଼ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ରୋହିତ କୁମାର ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ଟୁର୍ନାମେଣ୍ଟ ରେ କ୍ଲବର ସଭାପତି ଅଜୟ କୁମାର ବେହେରା, ସମ୍ପାଦକ ରାମ ଚନ୍ଦ୍ର ଟୁଡୁ, କ୍ଲବର ସଦସ୍ୟ ମାନସ ମୁଣ୍ଡା, ମାଣିକ ମୁଣ୍ଡା, ଗୁରୁଚରଣ ମୁଣ୍ଡା, ଲକ୍ଷ୍ମୀ ଧର ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *