ନାବାଳକ ନିଖୋଜ,ଥାନରେ ଅଭିଯୋଗ।
ଯାଜପୁର ଦାନଗଦି(କଳିଙ୍ଗ ଫୋକସ) :ଟମକା ଥାନ ଅନ୍ତର୍ଗତ ଟୋଲକାନିସ୍ଥିତ ଆରଏସ କୋଚିଙ୍ଗ ସେଣ୍ଟରରୁ ଅଙ୍କିତ କୁମାର ସେଠୀ ନାମକ ପିଲା ଆଜି ସଖାଳୁ ନିଖୋଜ ଅଛି ।ସୂଚନା ମୁତାବକ ଟମକା ଥାନ ଅନ୍ତର୍ଗତ ନଛିପୁରା ଗ୍ରାମର ସଞ୍ଜୟ କୁମାର ସେଠୀଙ୍କ ପୁଅ ଅଙ୍କିତ କୁମାର ସେଠୀ (୧୫ ) ଟୋଲକାନିସ୍ଥିତ ଆରଏସ କୋଚିଙ୍ଗ ସେଣ୍ଟର ରହି ପାଠ ପଢ଼ୁଥିଲା।ସୋମବାର ୨୪ତାରିଖ ଦିନ ସଖାଳ ସମୟରେ କେଉଁ ଆଡେ ପଳାଇଯାଇଛି। ଘରଲୋକ ଓ ଗ୍ରାମବାସୀ ବହୁତ ଖୋଜାଖୋଜି କରିଲା ପରେ ନିରାଶ ହୋଇସାରିଲେଣି।ତାଙ୍କ ଘର ଲୋକ କହିବା କଥା ଅଙ୍କିତର ଦଶମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଉଚ୍ଚତା ୫ଫୁଟ ଲମ୍ବ ତାର ରଙ୍ଗ ସଫା ବର୍ଣ୍ଣ, ତାଙ୍କ ପରିବାରରେ ଗୋଟିଏ ପୁଅ ଅଟେ। ତାଙ୍କ ପରିବାର ପକ୍ଷରୁ ଟମକା ଥାନରେ ଏକ ଲିଖିତ ଅଭିଯୋଗ ହେଇଛି ତେଣୁ ଯଦି ସହହୃଦୟ ବ୍ୟକ୍ତି ସଂନ୍ଧାନ ପାଆନ୍ତି ତେବେ ଉକ୍ତ ନମ୍ବରରେ ଯୋଗାଯୋଗ ନଂ-୯୩୪୮୨୬୭୯୧୬ କରିବାକୁ ଅନୁରୋଧ। ସରକାର ତରଫରୁ କୌଣସି ଘରୋଇ ହଷ୍ଟେଲରେ ପିଲା ରହି ପାରିବେ ନାହିଁ କିନ୍ତୁ ଏହି ଆରଏସ କୋଚିଙ୍ଗ ସେଣ୍ଟର ବିନା କାଗଜ ପତ୍ରରେ କେମିତି
ଚଳାଉଥିଲେ।ଏହି କୋଚିଙ୍ଗ ସେଣ୍ଟର କୁ କିଏ ଅନୁମତି ଦେଇଥିଲା। ପିଲା କେଆଡ଼େ ଯାଇଛି ହଷ୍ଟେଲ ମାଲିକ ପଚାରିବାରୁ ସେ କୁଆଡେ ଯାଇଛି ଆମେ ଜାଣି ନାହୁଁ କହିଥିଲେ ଏବଂ ପିଲା ନିଖୋଜ କଥା ପରିବାର ଲୋକଙ୍କୁ ସୂଚନା ମଧ୍ୟ ଦେଇ ନଥିବା ଅଭିଯୋଗ କରିଛନ୍ତି।ଏହା କୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି।ଏପଟେ ନେଇ ବ୍ଳକ ଶିକ୍ଷା ଅଧିକାରୀ ଶୁଭ୍ରାଂଶୁ ପୁହାଣ କହିଛନ୍ତି କୌଣସି ଅନୁମତି ନାହିଁ, ତଦନ୍ତ ହେଲେ କାର୍ଯ୍ୟନୁଷ୍ଠାନ ହେବ। ହଷ୍ଟେଲ ମାଲିକ ସହିତ ଯୋଗାଯୋଗ ହେଇପାରିନାହିଁ।ଏହାକୁ ଦୃଷ୍ଟିରେ ରଖି ଉକ୍ତ ଘରୋଇ କୋଚିଙ୍ଗ ସେଣ୍ଟର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ କରିବାକୁ ସର୍ଵ ସାଧାରଣରେ ଦାବି ହେଉଛି ।