ରଞ୍ଜାଗୋଳ ଧୂନୀଘର ମଠରେ ଭାଗବତ ପାରାୟଣ ଉଦଯାପିତ
ଢେ଼ଙ୍କାନାଳ ୨୯/୨୬ ( ବିଙ୍କୁ ବିଶ୍ୱାଳ ) ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳସ୍ଥିତ ପ୍ରାଚୀନ ଧୂନୀଘର ମଠ ଠାରେ ଗତ ୨୧ତାରିଖ ଠାରୁ ଆରମ୍ଭ ହୋଇଥିବା ସାପ୍ତାହିକ ଭଗବତ ପାରାୟଣ ଓ ମହାଯଜ୍ଞ ୨୭ ତାରିଖ ଦିନ ଉଦଯାପିତ ହୋଇଛି l ୨୦ ତାରିଖ ଦିନ ଅଧିବାସ ଦିନ ବୈଦିକ ରୀତି ଅନୁସାରେ ସୂର୍ଯ୍ୟ ପୂଜା , ଗୋ ପୂଜନ କରି ସାରିଲା ପରେ ଶତାଧିକ ମହିଳା ସଭକ୍ତିରେ ଜଳପୂର୍ଣ୍ଣ କଳସୀ ଆଣି ଯଜ୍ଞ ସ୍ଥଳୀରେ ସ୍ଥାପନ କରିଥିଲେ l ପଣ୍ଡିତ ସୁବ୍ରତ କର ପୂଜାର୍ଚ୍ଚନା କରିଥିଲେ l ୨୧ଓ ୨୨ ତାରିଖ ପଣ୍ଡିତ ଗୌରହରି ଦାସ , ୨୩ ଓ ୨୪ ତାରିଖ କାଳନ୍ଦୀ ଚରଣ ଦାସ ମହାରାଜ, ୨୫ ଓ ୨୬ତାରିଖ ଶୁକଦେବ ପଣ୍ଡା ଓ ୨୭ ତାରିଖ ଡକ୍ଟର ନିରଞ୍ଜନ ପଣ୍ଡା ପ୍ରବଚକ ଭାବେ ଯୋଗଦେଇ ଓଡ଼ିଆ ଭାଗବତର ଅମିୟ କଥାମୃତ ନିଜସ୍ଵ ଶୈଳୀରେ ପରିବେଷଣ କରିଥିଲେ l ମଠର ମଠାଧୀଶ ମାଧବାନନ୍ଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ପାରାୟଣ କମିଟିର ବରିଷ୍ଠ ସଦସ୍ୟ ମଙ୍ଗରାଜ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l ୨୮ ତାରିଖ ଉଦ୍ ଯାପନ ଦିବସରେ ହିନ୍ଦୋଳ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଜୟନ୍ତ ନାରାୟଣ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମଦ୍ ଭାଗବତ ମହାପୁରାଣ ଆମ ଜନ ଜୀବନକୁ ମାର୍ଜିତ କରେ ବୋଲି ମାର୍ଗ ଦର୍ଶନ ଦେଇଥିଲେ l ବିଭିନ୍ନ ଦିବସରେ ରଞ୍ଜାଗୋଳ, ସାନହିନ୍ଦୋଳ , ଗୁରିଲୋ, ଅସରଡ଼ା, ବାର୍ଶିଙ୍ଗା ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ l ୨୮ ତାରିଖ ପୂର୍ଣାହୁତୀ ଦିବସରେ ବିଶ୍ବରଂଜନ ଜନ୍ମେଜୟ ଭାବେ ଯୋଗଦେଇ ବିଶ୍ଵର କଲ୍ୟାଣ ନିମନ୍ତେ ଯଜ୍ଞରେ ଘୃତ ଅର୍ପଣ କରିଥିଲେ l ପରେ କଳସୀ ବିସର୍ଜନ କରାଯିବା ପରେ ସାମୁହିକ ଆନନ୍ଦ ବଜାରରେ ସମସ୍ତେ ସାମିଲ ହୋଇଥିଲେ l ଏହି ପ୍ରବଚନରେ ମଠର ଅନ୍ୟତମ ସାଧୁ ବୃନ୍ଦାବନ ଦାସ ବ୍ୟାସ ଓ ପ୍ରମୋଦ ଦେହୁରୀ ପରୀକ୍ଷିତ ରୂପେ ନିଜର ଦାୟିତ୍ଵ ନିର୍ବାହ କରିଥିଲେ l ପାରାୟଣ କମିଟିର ଅଧ୍ୟକ୍ଷ ବାସୁଦେବ ପ୍ରଧାନ , ବରିଷ୍ଠ ସଦସ୍ୟ ଜଗଦୀଶ ପ୍ରଧାନ, ରାଜ କିଶୋର ସାହୁ , ରମେଶ ଚନ୍ଦ୍ର ସାହୁ, ଗଣେଶ୍ୱର ବିଶ୍ବାଳ , ସର୍ବେଶ୍ଵର ସାହୁ, ତରଣୀସେନ ପ୍ରଧାନ, ଲିଙ୍ଗରାଜ ସାହୁ,ଦୟାନିଧି ସାହୁ , ରଂଜନ ପ୍ରଧାନ,ପବନା ସାହୁ ପ୍ରମୁଖ ବିଭିନ୍ନ ଦାୟିତ୍ଵ ନେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏହି ଉତ୍ସବ ରେ ରଞ୍ଜଗୋଳ ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିଲେ l