ଡ୍ରେନ୍ ସଫେଇ କରି ପ୍ରଶଂସା ସାଉଁଟିଲେ ସମାଜସେବୀ ଭବାନୀ ଶଙ୍କର ବଣିଆ
କଳାହାଣ୍ଡି, ଧର୍ମଗଡ ଉପଖଣ୍ଡ: ୨୯/୦୩: ରୁପେନ୍ଦ୍ର ସୁନାନୀ: ବାସ୍ତବରେ ମଣିଷ ଜୀବନରେ ଆନନ୍ଦ ଓ ଶାନ୍ତି ଟିକିଏ ପାଇଁ କିଏ ଘୁରି ବୁଲୁଥିବା ବେଳେ ଆଉ କିଏ ମାନବ ସେବା ତଥା ସମାଜସେବା କରି ଜୀବନରେ ସାଉଁଟୁଛନ୍ତି ଅନେକ ଆନନ୍ଦ, ଶାନ୍ତି ଏବଂ ପ୍ରଶଂସା। ସମାଜସେବା ତଥା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ଆଗେଇ ଆସୁଥିବା ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଧର୍ମଗଡ ନିର୍ବାଚନ ମଣ୍ଡଳୀର ଭବାନୀ ଶଙ୍କର ବଣିଆ। ସମାଜସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ଅଞ୍ଚଳରେ ଲୋକଙ୍କର ସେବା କରି, ଅଞ୍ଚଳର ସମସ୍ୟାକୁ ସମାଧାନ କରିବାରେ ଆଗେଇ ଆସି ବିଭିନ୍ନ ମହଲରୁ ପ୍ରଶଂସାର ପାତ୍ର ମଧ୍ୟ ହୋଇ ପାରିଛନ୍ତି ।ସବୁଠି ତାଙ୍କ ଉପସ୍ଥିତି ଓ ସହଯୋଗ ଦେଖିବାକୁ ମିଳୁଛି। ଲୋକଙ୍କ ସାଥିରେ ରହି ଲୋକଙ୍କ ସମସ୍ୟାକୁ ସମାଧାନ କରିବାରେ ଆଗେଇ ଆସୁଥିବା ସେହି ବିଶିଷ୍ଟ ବ୍ୟକ୍ତିଙ୍କ କାର୍ଯ୍ୟ ଶୈଳୀ ମଧ୍ଯ ନିଆରା।ସୂଚନା ଅନୁସାରେ ନନ୍ଦଗାଁ ଗ୍ରାମ ପଞ୍ଚାୟତ ନନ୍ଦଗାଁ ତଳ ପଡ଼ାକୁ ଯାଉଥିବା ଡ୍ରେନରେ ଅନେକ କାଦୁଅ, ଆବର୍ଜନା ,ପ୍ଲାଷ୍ଟିକ କାଚ ବୋତଲ ,ମଇଳା ଜିନିଷ ପୋତି ହୋଇ ଡ୍ରେନ୍ ରୁ ପାଣି ନିଷ୍କାସନ ହୋଇ ପାରୁ ନ ଥିଲା। ଡ୍ରେନ୍ ର ପାଣି ରାସ୍ତାରେ ପ୍ରବାହିତ ହେଉଥିବା ଦେଖି ଆଜି ୧୦ ଘଣ୍ଟା ସମୟରେ ତଳ ପଡ଼ା ଲୋକେ ଉକ୍ତ ସମସ୍ୟାର ସମାଧାନ ପାଇଁ ଶ୍ରୀଯୁକ୍ତ ଭବାନୀ ଶଙ୍କର ବଣିଆଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ସାଙ୍ଗେ ସାଙ୍ଗେ ଶ୍ରୀଯୁକ୍ତ ବଣିଆ ଘଟଣା ସ୍ଥଳରେ ପହଞ୍ଚି ପଡ଼ାର କିଛି ଲୋକ ସହ ଆଉ କେତେ ଜଣ ଶ୍ରମିକ ମାନଙ୍କୁ ନିୟୋଜିତ କରି ଉକ୍ତ ଡ୍ରେନକୁ ସଫା କରିଥିଲେ ।ସ୍ବଛତା ହଁ ସେବା ।ଆମ ପରିବେଶ ସ୍ବଚ୍ଛ ରହିଲେ ଆମେ ବିଭିନ୍ନ ରୋଗରୁ ମୁକ୍ତ ହୋଇ ପାରିବା ।ସବୁ ବେଳେ ସବୁ ସମୟରେ ଆପଣ ମାନଙ୍କ ସେବା ରେ ମୁଁ ସମର୍ପିତ ବୋଲି କହନ୍ତି ଯୁବ ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ବଣିଆ । ତାଙ୍କ ଏପରି ଏକ ନିଆରା କାର୍ଯ୍ୟ ପାଇଁ ନନ୍ଦଗାଁ ଗ୍ରାମ ପଞ୍ଚାୟତ ତଥା ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।