ବୋଧପୁର ଗାଁ’ର ଶ୍ରୀ ରଘୁନାଥଜୀୟୁ ଙ୍କ ପୀଠରେ ଶ୍ରୀରାମ ନବମୀ ଉତ୍ସବ ପାଳନ।
କଟକ ସଦର, କଟକ ତା 29/03 କଟକ ସଦର ଅନ୍ତର୍ଗତ ବୋଧପୁର ଗ୍ରାମ ଦାସ ସାହି ର ରଘୁନାଥଜୀୟୁ ଙ୍କ ମନ୍ଦିରରେ ଯଜ୍ଞ ଓ ପ୍ରବଚନ ଆଧାତ୍ମିକ ପରିବେଶରେ ବୈଦିକ ରୀତି ନିତିରେ ରାମନବମୀ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି। ବିଦ୍ୱାନ ପଣ୍ଡିତ ଶିଶିର ମିଶ୍ର ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ଯାଜ୍ଞୀକ ପଦ୍ଧତି ରେ ଯଜ୍ଞ କାର୍ଯ୍ୟ ହୋଇଥିଲା। କର୍ତ୍ତା, କର୍ତ୍ତୀ ଭାବେ ନୃସିଂହ ପ୍ରସାଦ ଦାସ ଓ ଧର୍ମପତ୍ନୀ ମଞ୍ଜୁଳା ଦାସ ଯୋଗଦେଇଥିଲେ। ସନ୍ଧ୍ୟା ସମୟରେ ପ୍ରସିଦ୍ଧ କଥା ବାଚିକା ସୋନାଲି ଦାସ ଙ୍କ ରାମକଥା ଓ କଳିଯୁଗର ମଣିଷ କୁ ଅଧ୍ୟାତ୍ମିକ ଚେତନା ର ନୀତିବାଣୀରେ ଶ୍ରୋତା ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ଓଡିଶା ରାଷ୍ଟ୍ରବାଦୀ ସଂଘ ର ସଭାପତି ଗିରିଜାଶଙ୍କର ପତି ଓ ଭାରତୀୟ କିଷାନ ସଂଘ ରାଜ୍ୟ ସଂପାଦକ ଦେବୀପ୍ରସାଦ ପତି ଓ ସଂଗଠନର ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।କମିଟି ପକ୍ଷରୁ ରଞ୍ଜିତା ଦାସ, ମୀନକେତନ ଦାସ,ବିଷ୍ନୁଚରଣ ପଣ୍ଡା,ଅରବିନ୍ଦ ମହାନ୍ତିଙ୍କ ଦ୍ୱାରା କଥା ବାଚିକା ଓ ତାଙ୍କ ସହଯୋଗୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯଇଥିଲା. ପରିଚାଳନା କମିଟି ର ସଭ୍ୟ ମୁଖ୍ୟତଃ ନିଗମ ପ୍ରସାଦ ଦାସ,ଉମାଚରଣଦାସ,ମୀନକେତନ ଦାସ,ବିଭୂପ୍ରସାଦ ମହାନ୍ତି , ଲଳିତ ମୋହନ ଦାସ, ପ୍ରିୟରଞ୍ଜନ ଦାସ, ସନ୍ତୋଷ ଦାସ, ଦୀପକ ପଟ୍ଟନାୟକ, ଅକ୍ଷୟ ପଣ୍ଡା, ତ୍ରିନାଥ ପଣ୍ଡା,ଦିଲ୍ଲୀପ ପଣ୍ଡା, ଅନନ୍ତ ଦାସ, ନରୋତ୍ତମ ଦାସ,ସୁବାସ ଦାସ, ନିର୍ମଳ ଦାସ,ସତ୍ୟଜିତ ଦାସ, ସଞ୍ଜିତ ଦାସ, ବବୁଲୁ, ବୁବୁ, ଜୁଲୁ, ସାକ୍ଷୀ, ଜ୍ୟୋତି, ରାମ,ପିହୁ, ପ୍ରିନ୍ସ, ପ୍ରାଚୀ, ଆରାଧ୍ୟା ମାନଙ୍କ ସହଯୋଗ ସହିତ
ସମଗ୍ର ଗ୍ରାମବାସୀଙ୍କ ସହାୟତା ରେ
ସମସ୍ତ କାର୍ଯ୍ୟ ସଫଳ ଭାବେ ସମାପନ ହୋଇଥିଲା।ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯଜ୍ଞ ଚରୁ ପ୍ରସାଦ ପାଇ ବିଭୁ କୃପା ଲାଭ କରିଥିଲେ।