Header-News-Banner

କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ହୋଉ ସ୍ବତନ୍ତ୍ର ଅଡ଼ିଟ୍

0
WhatsApp Image 2026-03-12 at 7.56.40 PM

ଭବାନୀପାଟଣା,୧୨।୩ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଅଡିଟ ହୋଇନାହିଁ । ଏଣୁ ସ୍ବତନ୍ତ୍ର ଭାବେ ଏହାର ଅଡିଟ୍ କରାଯିବାକୁ ରାଜ୍ୟ ଅଡିଟର ଜେନେରାଲଙ୍କୁ ସର୍ବଭାରତୀୟ ଛାତ୍ର ସଂଘ ଦାବି କରିଛି । ସ୍ଥାନୀୟ ବିଶ୍ବବିଦ୍ୟାଳୟରେ ନାନା ପ୍ରକାର ଆର୍ଥିକ ଅନିୟମିତତା ଚାଲିଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହି ମର୍ମରେ ଗତ ୧୦ ତାରିଖ ରାଜ୍ୟ ଅଡିଟର ଜେନେରାଲଙ୍କୁ ଇ-ମେଲରେ ସଂଘ ପକ୍ଷରୁ ଦାବି କରାଯାଇଛି । ସୂଚନା ଅନୁଯାୟୀ, ବିଶ୍ଵବିଦ୍ୟାଳୟ କାଉଣ୍ଟରରେ ଛାତ୍ରଛାତ୍ରୀ ଦୈନିକ ରି- ଏଡିସନ୍, ପୁନଃ ନାମଲେଖା ତଥା ବିଭିନ୍ନ ଫିଜ ଜମାକରନ୍ତି । ଦୈନିକ ଏହି କାଉଣ୍ଟରରେ କଳାହାଣ୍ଡି ସ୍ବୟଂ ଶାସିତ ମହାବିଦ୍ୟାଳୟ ଗତ ୨୦୧୯ ରୁ ନଭେମ୍ବର ୧ ତାରିଖ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଅଧିକାର ୱେବ୍‌ ସାଇଟ୍‌ରେ କଳାହାଣ୍ଡି ସ୍ବୟଂଶାସିତ ଅନ୍‌ଲାଇନ୍‌ରେ ବିଶ୍ବବିଦ୍ୟାଳୟ ସଂକ୍ରାନ୍ତରେ ସୂଚନା ନେବାକୁ କଳାହାଣ୍ଡି ଛାତ୍ର ସଂଘ ରାଜ୍ୟ ୱେବ୍‌ସାଇଟ୍‌ରେ ନାମ ପରିବର୍ତ୍ତନ ପାଇଁ ଅଧିକାରୀ ତାଙ୍କ ପତ୍ର ସଂଖ୍ୟା ୪୨୪୦୭ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ନିର୍ଦେଶ ସୂଚନା ଅଧିକାର ଆଇନ ଅନୁଯାୟୀ ଏବେ ରାଜ୍ୟ ସରକାରଙ୍କ ନାହିଁ ତାହାରି ପ୍ରାୟ ୩ରୁ ୬ ଲକ୍ଷ ଟଙ୍କା ସଂଗ୍ରହ ହେଉଥିବା ଜଣାପଡ଼ିଛି । କିନ୍ତୁ ନାମ ଲେଖା ସମୟରେ ଏହାର ପରିମାଣ ବୃଦ୍ଧି ପାଏ । ତେବେ ଛାତ୍ରଛାତ୍ରୀଙ୍କୁ ଜମା ଟଙ୍କାର ରସିଦ ଦିଆଯିବା ସହିତ ପ୍ରତ୍ୟେକ ଦିନର ହିସାବ କରାଯାଇ ବିଶ୍ବବିଦ୍ୟାଳୟ ଅଫିସରେ ଟଙ୍କା ଜମା କରାଯିବାର ନିୟମ ରହିଛି । ଏଥିପାଇଁ ଥିବା ହିସାବ ଖାତାରେ ଦୈନିକ ଜମା ଟଙ୍କାର ପରିମାଣ ଉଲ୍ଲେଖ ରହିବା ସହ ଟଙ୍କା ଗ୍ରହଣକାରୀ ଦସ୍ତଖତ କରିବାର ନିୟମ ରହିଛି । ଏଥିସହିତ ବିଭିନ୍ନ ସମୟରେ ବିଶ୍ବବିଦ୍ୟାଳୟ ଅର୍ଥ ନିଯନ୍ତ୍ରକ ଏହି ଖାତାରେ ଉଲ୍ଲେଖଥିବା ଅର୍ଥର ପରିମାଣ ଓ ବ୍ୟାଙ୍କ୍ ଜମାର ତଦାରଖ କରିବାକୁ ନିୟମ ରହିଛି । କିନ୍ତୁ ବିଶ୍ବବିଦ୍ୟାଳୟରେ ଅନ୍ୟାନ୍ୟ ବ୍ୟତିକ୍ରମ ଭଳି କାଉଣ୍ଟରରେ ଦୈନିକ ଜମା ଟଙ୍କାର ହିସାବ ମିଳୁନଥିବା ନିର୍ଭରଯୋଗ୍ୟ ରହିଛି

ସୂତ୍ରରୁ ଜଣାପଡ଼ିଥିଲା । ଏପରିକି ଛାତ୍ରଛାତ୍ରୀଙ୍କ ଠାରୁ ଫି’ ନିଆଯିବା ପରେ ତାହା ନିୟମିତ ଜମା ହେଉନଥିବା କିମ୍ବା ହିସାବ ଖାତାରେ ତାହା ଉଲ୍ଲେଖ ନଥିବା କୁହାଯାଉଥିଲା । ସମ୍ପୃକ୍ତ କାଉଣ୍ଟର ଦାୟିତ୍ବରେ ଥ‌ିବା କର୍ମଚାରୀ ଜଣକ ଅବସର ନେବା ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶିଲା । ପରେ ସଂପୃକ୍ତ କର୍ମଚାରୀଙ୍କ ଠାରୁ ତାର ଭରଣା କରାଯାଇଥିବା ଜଣାପଡ଼ିଛି ।

ୱେବ୍‌ ସାଇଟ୍‌ରେ ନାମ ପରିବର୍ତ୍ତନ ହୋଇନି

କଳାହାଣ୍ଡି ବିଶ୍ବବିଦ୍ୟାଳୟ ଭାବେ ଉନ୍ନୀତ ହୋଇସାରିଛି । ୨୦୨୩ ଭାବେ ମଧ୍ୟ ଘୋଷଣା ହୋଲା। ହେଲେ ସରକାରଙ୍କ ସୂଚନା ମହାବିଦ୍ୟାଳୟ ଭାବେ ଉଲ୍ଲେଖ ରହିଛି । ଫଳରେ ଉପଲବ୍ଧ ହୋଇପାରୁନାହିଁ । ଏଣୁ ଏଦିଗରେ ପଦକ୍ଷେପ ସରକାରଙ୍କ ନିକଟରେ ଦାବି କରିଥିଲା । ଫଳ ସ୍ବରୂପ ତୁରନ୍ତ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜନ ସୂଚନା / ୧୦.୦୩ ୨୦୨୬ ରେ ମା’ ମାଣିକେଶ୍ବରୀ ଦେଇଛନ୍ତି । ଏମିତି ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେବାକୁ ଗୁରୁତ୍ବ ଦିଅନ୍ତି ନାହିଁ । ନିର୍ଦ୍ଦେଶକୁ ଅନୁପାଳନ କରିବେ ବି ଉପରେ ଅନେକଙ୍କ ନଜର । ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାର ପ୍ରଥମ ବର୍ଷ ଅଡିଟ୍ ହୋଇଥିବା ବେଳେ ପ୍ରାୟ ୨୦୨୨ରୁ ଆଦୌ ଅଡିଟ୍ ହୋଇନାହିଁ । ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଡିଟ୍, ଜିଲା ଲୋକାଲ ଫଣ୍ଡ ଅଡିଟ୍ କିମ୍ବା ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ ଅଡିଟ୍ ହୋଇନାହିଁ । ଫଳରେ ବିଶ୍ବବିଦ୍ୟାଳୟର ଆର୍ଥିକ କାରବାରର ହିସାବ କିତାବରେ ସ୍ବଚ୍ଛତା ରହୁନଥ‌ିବା ଅଭିଯୋଗ ହେଉଛି । ୨୦୨୧ରୁ ବିଶ୍ବବିଦ୍ୟାଳୟରେ ଅନେକ ଖର୍ଚ୍ଚ ହୋଇଥିବା ଶୁଣାଯାଉଛି । ବିଭିନ୍ନ ସମୟରେ ଅନାବଶ୍ୟକ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ, ପର୍ବତାରୋହଣ, ପ୍ଲାଉଡରେ ପୋର୍ଟିକୋ ନିର୍ମାଣ, ବିଶ୍ବବିଦ୍ୟାଳୟରେ ଏକାଧୂକବାର ରଙ୍ଗମରା ଓ ସାଜସଜ୍ଜା, ସିସିଟିଭି କ୍ରୟ, ଅଫିସ ଓ ଆବାସିକ ଗୃହ ପାଇଁ ବହୁ ଦାମୀ ଆସବାବ ପତ୍ର ଲକ୍ଷାଧିକ ଟଙ୍କା ବ୍ୟୟରେ କିଣାଯାଇଛି । ଏପରିକି ସିଣ୍ଡିକେଟ୍‌ର ବିନା ଅନୁମୋଦନରେ ମଧ୍ୟ ଅନେକ ଖର୍ଜ ହୋଇଥିବା ଚର୍ଚା ହେଉଛି । ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମଧ୍ୟ କର୍ତ୍ତୃପକ୍ଷ ତଥ୍ୟ ଦେଉନାହାନ୍ତି । ଏଣୁ ରାଜ୍ୟ ସରକାରଙ୍କ ଦ୍ବାରା ସ୍ବତନ୍ତ୍ର ଅଡିଟ୍ କରାଗଲେ ଅସଲ ତଥ୍ୟ ଜଣାପଡ଼ିବ ବୋଲି ପୂର୍ବରୁ ଦାବି ହେଇଆସୁଥିଲା । ଛାତ୍ର ସଂଘର ଦାବି ପରେ ପୂର୍ବ ଅଭିଯୋଗ ଗୁଡ଼ିକ ତାଜା ହୋଇଯାଇଛି । ଏସବୁ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ପଚରା ଯିବାରୁ କାଉଣ୍ଟରରେ କିଛି ଟଙ୍କାର ହିସାବ ମିଳୁନଥିଲା । ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ତାହା ଭରଣା କରାଯିବା ପରେ ଉପଯୁକ୍ତ ହିସାବ ମିଳିଥିବା କହିଛନ୍ତି । ଏଥିସହ ବିଶ୍ଵବିଦ୍ୟାଳୟ ଅଡିଟ୍ ପାଇଁ ଜିଲା ଆଞ୍ଚଳିକ ପାଣ୍ଠି କାର୍ଯ୍ୟାଳୟ ସହିତ ଏକାଧିକବାର ଆଲୋଚନା କରିଥିବା ବିଶ୍ବବିଦ୍ୟାଳୟ କୁଳପତି ତ ଗୁଣନିଧ୍ ନାଏକ ‘ସମାଜ’କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ସମସ୍ତ ଖର୍ଚ୍ଚର ଅଡିଟ୍ କରାଯାଇ ତାହା ସର୍ବସାଧାରଣରେ ପ୍ରକାଶ କରାଯିବାକୁ ଛାତ୍ର ସଂଘ ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *