ଦୁର୍ନୀତିର ସ୍ୱର ଉତ୍ତୋଳନ କଲେ ସାମ୍ବାଦିକଙ୍କୁ କନିଷ୍ଠ ଯନ୍ତ୍ରୀଙ୍କ ଧମକ
ସୋସିଆଲ ମିଡିଆରେ ଘୁରିବୁଲୁଛି କଲ ରେକର୍ଡିଙ୍ଗ ।
ଧର୍ମଗଡ( କଳିଙ୍ଗ ଫୋକସ୍ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ ):
ଆଜିର ଦୁନିଆର ସଚୋଟତାର ସ୍ଥାନ ନାହିଁ । ଯିଏ ଦୁର୍ନୀତିକୁ ବିରୋଧ କରିବ ତାକୁ ଗାଳି ଗୁଲଜ ମିଳିବା ଆଉ ଯିଏ ଦୁର୍ନୀତି କରିବ ତାକୁ ତାଲି ମିଳୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକ ରେ । ଉଠା ଜଳସେଚନ ବିଭାଗରେ ହେଉଥିବା ଦୁର୍ନୀତିକୁ ବିରୋଧ କରିବାରୁ ଜଣେ ସାମ୍ବାଦିକଙ୍କୁ ଉଠା ଜଳସେଚନ ବିଭାଗର ଏକ କନିଷ୍ଠ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ ଧମକ ଦେଇଥିବା ସୋସିଆଲ ମିଡିଆରେ ଘୁରି ବୁଲୁଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।
ସୂଚନାରୁ ପ୍ରକାଶ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ଗଣ୍ଡାମେର ପଞ୍ଚାୟତ ବାବେଗୁଡା ଗ୍ରାମର ପାଞ୍ଚଜଣ ଚାଷୀ ମୁଚ କେତକୀ, ମୋହନଚରଣ କେତକୀ, ବରୁଣ କେତକୀ, ନେତ୍ରା କେତକୀ, ସାନୁର୍ଯ୍ୟ କେତକୀ ମିଶି ବୋରୱେଲ ଖୋଲିବାକୁ ଉଠା ଜଳସେଚନ ବିଭାଗ ନାମରେ ଅନଲାଇନ କରିଥିଲେ। ପାଞ୍ଚ ଜଣ ସହିତରେ ଆଉ ଜଣକୁ ସଂଯୋଗ କରିବାକୁ ବିଭାଗୀୟ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ ୧୫୦୦ଟଙ୍କା ନେଉଥିବା ବେଳେ ପାଣି ପରୀକ୍ଷା କରିବା ପାଇଁ ଜଣ ପିଛା ୪୦୦ ଟଙ୍କା, ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୨୫୦୦ ରୁ ୩୦୦୦ ଟଙ୍କା ନେଉଥିବା ଚାଷୀଙ୍କ ଠାରୁ ପ୍ରକାଶ ପାଇଛି। ଏ ନେଇ ଗୋଲାମୁଣ୍ଡା ବ୍ଲକ ସାମ୍ବାଦିକ ଚନ୍ଦ୍ର କେତକୀ ଉତ୍କଳ ଖବର କାଗଜ ପ୍ରତିନିଧି କୌଣସି ମତେ ଖବର ପାଇ ବିଭାଗୀୟ ଯନ୍ତ୍ରୀ ଫୋନ କରିଥିଲେ। ଯନ୍ତ୍ରୀ ଓଲଟା ଧମକ ଦେବା ସହ ଅନେକ ଦଲାଲ ମାନଙ୍କ ସହ ମିଶି ସାମ୍ବାଦିକଙ୍କୁ ବିଭିନ୍ନ ଭାଷାରେ ଗାଳିଗୁଲଜ କରିବାକୁ ପ୍ରେରଣା ଦେଉଛନ୍ତି ବୋଲି ସାମ୍ବାଦିକ ଭାଇ ଜଣକ ପ୍ରକାଶ କରିଛନ୍ତି। ଏହାର ଏକ ରେକର୍ଡିଙ୍ଗ କଲ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା କଥା ମଧ୍ୟ କହିଛନ୍ତି। ଏଥିରୁ ଜଣା ପଡ଼ିଛି ଉଠା ଜଳସେଚନ ବିଭାଗର ଦୁର୍ନୀତି କେବଳ ଯନ୍ତ୍ରୀଙ୍କ ପାଖରେ ସୀମିତ ନୁହେଁ, ଏହା ତଲରୁ ଉପର ପର୍ଯ୍ୟନ୍ତ ସମସ୍ତେ ଏହି ଦୁର୍ନୀତିରେ ଲିପ୍ତ ଥିବା ଯୋଗୁଁ ଯନ୍ତ୍ରୀ ମହାଶୟ ଖୁଲମଖୁଲା ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଧମକ ଦେବାକୁ ସାହସ କରୁଛନ୍ତି । ଚାଷୀଙ୍କୁ ଲୁଟି ଟଙ୍କାର ପାହାଡ଼ ତିଆରି କରୁଥିବା ଏହି ବିଭାଗ ନାମରେ ସବୁବେଳେ ଅଭିଯୋଗ ହୋଇଥାଏ । କିନ୍ତୁ ଚାଷୀଙ୍କ ଅଭିଯୋଗକୁ ସବୁବେଳେ ବିଭାଗୀୟ ଅଧିକାରୀ ମାନେ ଭିତ୍ତିହୀନ ଦର୍ଶାଇଥାନ୍ତି । ଉଠା ଜଳସେଚନ ବିଭାଗର ମାତ୍ର ଜଣେ ଯନ୍ତ୍ରୀ ସାମ୍ବାଦିକକୁ ଯଦି ଧମକ ଦେଇ ପାରୁଛନ୍ତି, ତାହେଲେ ଚାଷୀଙ୍କ ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମେୟ ଅଟେ । ତୁରନ୍ତ ରାଜ୍ୟ ସରକାର ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କଲେ ଉଠାଜଳସେଚନ ବିଭାଗର ଗୁମର ଖୋଲିବ ବୋଲି ସାମ୍ବାଦିକ ସମୂହ ଦାବୀ କରିଛନ୍ତି ।