Header-News-Banner

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଏବଂ ଆଉ ୩ ଜଣ ଗୁରୁତର

0
WhatsApp Image 2026-03-12 at 7.58.49 PM

କଳାହାଣ୍ଡି, କୋକସରା ୧୨/୦୩: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଖୁର୍ସେଲଗୁଡା ନିକଟରେ ଗତ ବିଳମ୍ବିତ ରାତିରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଖୁର୍ସେଲଗୁଡା ଗ୍ରାମର ଈଶ୍ୱର ପାଳି(୨୩)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ ପିପଲ ଝାପର ଗ୍ରାମ ର ଟୁନା ମାଝୀ ଅବସ୍ଥା ଜଟିଳ ଥିବାରୁ ତାଙ୍କ ସହିତ ଅନ୍ୟ ଦୁଇ ଯୁବକ ସୁଶାନ୍ତ ବେହେରା, ନବୀନ ବାଗକୁ ଚିକିତ୍ସା ପାଇଁ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।ଘଟଣା ପରେ ପରିବାର ଲୋକେ ଆମପାଣି ଥାନା ରେ ରିପୋର୍ଟ ଦେବାପରେ ଆମପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *