Header-News-Banner

ଉଠା ଜଳସେଚନ କେନାଲ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ କେବେ ?

0
WhatsApp Image 2026-03-12 at 7.59.03 PM

କଳାହାଣ୍ଡି, କୋକସରା ୧୨/୦୩: କଳାହାଣ୍ଡି ଜିଲ୍ଲା ,କୋକସରା ବ୍ଲକର ଉଠା ଜଳସେଚନ କେନାଲ ରାସ୍ତା ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଏହି ରାସ୍ତା କାମକୁ ଅଧାରୁ ଠିକା ସଂସ୍ଥା ଅଧ ପନ୍ତରିଆ କରି ଛାଡି ଦେଇଛି।ଫଳରେ ଏହି ରାସ୍ତା ଦେଇ ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ନିୟୋଜିତ ଟ୍ରାକ୍ଟର, ପରିବହନ ପାଇଁ ବ୍ୟବହୃତ କୃଷି ଉପକରଣ ପରିବହନ ଓ ସାଧାରଣ ଲୋକଙ୍କ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ଭୋଗିବାକୁ ପଡୁଛି।
ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଠାରୁ ଶେଷ ମୁଣ୍ଡ ଯାଏ କେନାଲ ରାସ୍ତା ନିର୍ମାଣ ପାଇଁ ୧୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କାର୍ଯ୍ୟ ଠିକା ସଂସ୍ଥା ଓସିସି ପକ୍ଷରୁ ଉଠା ଜଳସେଚନ ପ୍ରକଳ୍ପ ଠାରୁ ମୂଳ ଠିକା ସଂସ୍ଥା କାର୍ଯ୍ୟ ନକରି କିଛି ଛାୟା ଠିକାଦାରଙ୍କୁ ନିୟୋଜିତ କରାଯାଇଛି। କୋକସରା ବ୍ଲକ ଦେଇ ଯାଇଥିବା ଉଠା ଜଳସେଚନ କେନାଲ ରାସ୍ତା ସିର୍ଲିଗୁଡା ଠାରୁ ନେଗିଗୁଡା ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଖାପାଖି ୩ କିମି ରାସ୍ତା କୁ ଠିକାଦାର ପିଚୁ ନ ପକାଇ ପହନ୍ତରିଆ ଭାବେ ଛାଡି ଦେଇଛି । ଫଳରେ ଏହି ରାସ୍ତା ରେ ବଡ଼ ବଡ଼ ମେଟାଲ ଓ ଧୂଳି ର ଆସ୍ତରଣ ଯୋଗୁଁ ଯାତାୟାତ କରୁଥିବା ଲୋକେ ଅସୁବିଧା ଭୋଗୁଥିବା ସହ ମେଟାଲ ସବୁ ଉଠାଇ ହୋଇ ପଡ଼ିଥିବା କାରଣରୁ ଅନେକ ସମୟରେ ବାଇକ ଚାଳକ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। କାର୍ଯ୍ୟ କୁ ତରବରିଆ ଭାବେ କରି ଛାୟା ଠିକାଦାର ମାନେ ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥିବା ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। କୁସୁମଖୁଣ୍ଟି ଉଠା ଜଳସେଚନ ବିଭାଗୀୟ ଭାରପ୍ରାପ୍ତ ଯନ୍ତ୍ରୀ ଶୀଘ୍ର ରାସ୍ତା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି, ଶୀଘ୍ର ରାସ୍ତା ପିଚୁ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *