Header-News-Banner

ସାଇ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା।,

0
WhatsApp Image 2026-04-23 at 9.57.30 AM


ବୌଦ୍ଧ ୨୨/୪/( କୁନା ବେହେରା)ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ଅନୁଷ୍ଠିତ ହୋଇଯାଇଛି ଭବ୍ୟ କଳସ ଯାତ୍ରା। ୧୦୮ ପବିତ୍ର କଳସ ସହିତ ମହାନଦୀ କୂଳରୁ ଶତାଧିକ ଶ୍ରଦ୍ଧାଳୁ ଜଳ ଯାତ୍ରା କରି ମନ୍ଦିର ପ୍ରତିଷ୍ଠାର ଶୁଭାରମ୍ଭ କରିଛନ୍ତି।
ଆଜି ତାରିଖ ୨୨/୦୪/୨୦୨୬, ବୁଧବାର। ଶଙ୍ଖ, ମହୁରୀ ଓ ହରିନାମ ସଂକୀର୍ତ୍ତନର ପବିତ୍ର ଧ୍ୱନିରେ କମ୍ପୁଛି ହରଭଙ୍ଗା। ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆୟୋଜିତ ହୋଇଛି ଏହି ଭବ୍ୟ କଳସ ଯାତ୍ରା। ପବିତ୍ର ମହାନଦୀ କୂଳରୁ ୧୦୮ କଳସରେ ଜଳ ପୂର୍ଣ୍ଣ କରାଯାଇ ଶ୍ରଦ୍ଧାଳୁମାନେ ଏକ ବିଶାଳ ପଟୁଆରରେ ମନ୍ଦିର ଅଭିମୁଖେ ବାହାରିଥିଲେ।
ଏହି ପୂଜା କାର୍ଯ୍ୟରେ ସାଇ ସେବା ସଦନର ଆବାହକ ଚିତ୍ତ ରଂଜନ ସିଂ ଓ ତାଙ୍କର ଧର୍ମ ପତ୍ନୀ ସ୍ନେହଲତା ସିଂ କର୍ତ୍ତା ଭାବେ ବସି ସମସ୍ତ ରୀତିନୀତି ସମ୍ପାଦନ କରିଛନ୍ତି। ପୂଜା କାର୍ଯ୍ୟକୁ ସୂଚାରୁରୂପେ ପରିଚାଳନା କରୁଛନ୍ତି ମୂଖ୍ୟ ପୂଜକ ମନୋରଞ୍ଜନ ମହାପାତ୍ର। ତାଙ୍କୁ ସହଯୋଗ କରିବା ପାଇଁ ପଣ୍ଡିତ ପ୍ରଦୀପ ଦାଶ, ସତ୍ୟପ୍ରକାଶ ତ୍ରିପାଠୀ, ହରିହର ପୁରୋହିତ, ରଣଜିତ ପୁରୋହିତ, ଆଲୋକ ଦାଶ, ଗୋପ ଦାଶ, ପ୍ରତୀକ ନନ୍ଦ, ଦୁର୍ଯ୍ୟୋଧନ ଏବଂ କୁନାଲ ମହାପାତ୍ର , ନାଣ ଖଡିରତ୍ନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ମନ୍ତ୍ରୋଚାରଣ ଓ ବିଧି ବିଧାନ ଜାରି ରଖିଛନ୍ତି।
କେବଳ ପୂଜାପାଠ ନୁହେଁ, ବିଭିନ୍ନ ନାମ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ପରିବେଷିତ ଆଧ୍ୟାତ୍ମିକ ଭଜନ ଓ ସଂକୀର୍ତ୍ତନରେ ସାରା ଅଞ୍ଚଳରେ ଏକ ଶାନ୍ତିମୟ ତଥା ଦୈବୀ ଶକ୍ତିର ଅନୁଭୂତି ହେଉଛି। ଶ୍ରଦ୍ଧାଳୁଙ୍କ ଗହଳି ଏବଂ “ଜୟ ସାଇରାମ” ଧ୍ୱନିରେ ହରଭଙ୍ଗା ଏବେ ଉତ୍ସବମୁଖର।( ଜିଲ୍ଲା ପ୍ରତିନିଧି କୁନା ବେହେରା ଙ୍କ ରିପୋର୍ଟ୍ କଳିଙ୍ଗ ଫୋକସ)

Spread the love

Leave a Reply

Your email address will not be published. Required fields are marked *