ନୂତନ ଆଇନ ପ୍ରଚଳନ ; ବିଷମ କଟକ ୨୭/୪/୨୬ (ପ୍ରଶାନ୍ତ କୁମାର ପାତ୍ର )
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅଧୀନ ଚାଟିକଣା ଗ୍ରାମର ହନୁମାନ ମନ୍ଦିର ସମୁଖରେ ରବିବାର ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | କୈଣସ ବ୍ୟକ୍ତି ବିନା ହେଲମେଟରେ ଗାଡି ନ ଚଳାଇବା ଡିଜିଟାଲ ଆରେଷ୍ଟ କାର୍ଯ୍ୟ ନକରିବାକୁ ପରାମର୍ଶ ଦିଆଯାଇଛି | ଏଥି ସହ ବାଲ୍ୟ ବିଭାହ ରୋକିବାକୁ ପରାମର୍ଶ ଦିଆଯାଇଛି | ଜନ ସାଧାରଣ କିପରି ସରକାର ନିୟମ ମାନି କାର୍ଯ୍ୟକରିବେ ସେହି ସମ୍ପର୍କକରେ ବିଷମ କଟକ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ପରାମର୍ଶ ଦେଇଛନ୍ତି | କାର୍ଯ୍ୟକ୍ରମରେ ଏ. ଏସ. ଆଇ. ପି. ର. ବେହେରା ସହ ବିଷମ କଟକ ଥାନାର ସମସ୍ତ କର୍ମଚାରି ଓ ଚାଟିକଣା ଗ୍ରାମର ସମସ୍ତ ଜନସାଧାରଣ ସହ ଆଇନଜୀବି ବଡ଼ ଗୌଡ଼ ଚାଟିକଣା ବଣିକ ସଂଘ ର ସଭାପତି ଉଦୟ ସାହୁକାର ଉପସ୍ଥିତ ଥିଲେ