ପଶ୍ଚିମ ଓଡ଼ିଶାର ଐତିହାସିକ ପର୍ଯ୍ୟଟନସ୍ଥଳୀ ହରିଶଙ୍କରରେ ସୋମବାରଠାରୁ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା: ପାଞ୍ଚ ଦିନ ଧରି ଭକ୍ତି ଓ ଉତ୍ସବର ମହାସମାଗମ
ପାଟଣାଗଡ – ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପବିତ୍ର ଧର୍ମ କ୍ଷେତ୍ର ତଥା ପଶ୍ଚିମ ଓଡ଼ିଶାର ଐତିହାସିକ ପର୍ଯ୍ୟଟନସ୍ଥଳି ହରିଶଙ୍କର ଠାରେ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ଯୋର ସୋର ରେ ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ ବୈଶାଖ ମେଳା ଆସନ୍ତାକାଲି ଏପ୍ରିଲ ୨୭ ତାରିଖ ଠାରୁ ମେ ୧ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ମେଳା ହେବ ବୋଲି ଜଣାଯାଇଛି। ସାସ୍କୃତିକ , ପୌରାଣିକ , ଧାର୍ମିକ , ଐତିହାସିକ ଓ କିମ୍ବଦନ୍ତୀ ଅନୁସାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ର ସ୍ୱତନ୍ତ୍ରତା ରହିଆସିଛି । ଗନ୍ଧମାର୍ଦ୍ଧନ ପାହାଡ଼ର ଗୋଟିଏ ପଟେ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ଓ ଅନ୍ୟପଟେ ବରଗଡ଼ ଜିଲ୍ଲା ର ନୃସିଂହନାଥ ପିଠ ରହିଛି । ଅତି ପୁରାତନ କାଳରୁ ଗନ୍ଧମାର୍ଦ୍ଦନ ପାହାଡ ଉପରେ ପାଣି ଝରଣା ବାହାରି ଦୁଇ ଜିଲ୍ଲାର ତୀର୍ଥସ୍ଥାନରେ ପଡିଥିବା ଦେଖାଯାଏ । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଙ୍କ ସମାଗମ ହେଉଥିବା ବେଳେ ବୈଶାଖ ଚତୁର୍ଦ୍ଦଶୀ ମେଳା ରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଓଡ଼ିଶା ତଥା ଅନ୍ୟ ରାଜ୍ୟ ସୁଦୂର ଛତିଶଗଡ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଗନ୍ଧମାର୍ଦ୍ଦନ ପାହାଡ଼ ଚଢ଼ିବାର ମଜା ନେଇଥାନ୍ତି। ମେଳା ସମୟରେ ଶ୍ରଦ୍ଧାଳୁ ମାନେ ଦିନ ରାତି ଦୁର୍ଗମ ପାହାଡ଼ ଚଢ଼ି ଜହ୍ନ ରାତିରେ ହରିଶଙ୍କର ରୁ ନୃସିଂହନାଥ ଯିବା ଆସିବା କରି ପାହାଡ଼ ଚଡ଼ିବାର ମଜା ନେଇଥାନ୍ତି। ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ପ୍ରଶାସନ ତଥା ପାଟଣାଗଡ ଦେବୋତ୍ତର ବିଭାଗ ତରଫରୁ ମେଳା ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହି ଅବସରରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ , ଭିଡ଼ ନିୟନ୍ତ୍ରଣ , ଆଲୋକ ବ୍ୟବସ୍ଥା, ପୋଲିସ ପ୍ରଶାସନ, ବେନିୟମ କଳାବଜାରୀ ଆଦିକୁ ପ୍ରାଧାନ୍ୟ ଦିଆଯାଇଛି । ମେଳାରେ କିଭଳି ଶାନ୍ତି ଓ ଶୃଙ୍ଖଳା ହେବ ସେଥି ପାଇଁ ୧୦ ପ୍ଲାଟୁନ ପୋଲିସ ମୁତୟନ ରହିବେ ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ସେହିପରି ବିଭିନ୍ନ ବିଭାଗ ତରଫରୁ ୪୦ ଗୋଟି ପ୍ରଜ୍ଞ�