ରବିଚାଷ ପଞ୍ଜିକରଣରୁ ବାଦ ପଡ଼ିଥିବା ମେଗାଲିଫ୍ଟ ଚାଷିଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ ପାଇଁ ପ୍ରସ୍ତୁତି ବୈଠକ
କଳାହାଣ୍ଡି,କୋକସରା ୨୭/୦୩ : ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା, ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ କୋକସରା, ଜୟପାଟଣା, ଧର୍ମଗଡ ଏବଂ ଜୁନାଗଡ଼ ବ୍ଲକର ଚାଷୀମାନେ ଏ ବର୍ଷ ମଧ୍ୟ ରବିଚାଷ ଆରମ୍ଭ କରିଥିଲେ।ଧାନ ବିକ୍ରି ପାଇଁ ପି ପାସ ପୋର୍ଟାଲରେ ଚାଷିଙ୍କ ପଞ୍ଜିକରଣ ମାର୍ଚ୍ଚ ୧୦ ରୁ ୨୪ତାରିଖ ପର୍ଯ୍ୟନ୍ତ ରହିଥିଲା କିନ୍ତୁ ସେହି ସମୟ ସୀମା ମଧ୍ୟରେ ପୋର୍ଟାଲରେ ମେଗା ଲିଫ୍ଟର ଅପସନ ନ ଆସିବାରୁ ଚାଷୀମାନେ ପଞ୍ଜିକରଣରୁ ବାଦ ପଡିଛନ୍ତି। କୋକସରା ବ୍ଲକର ଲଡୁଗାଁ, କନ୍ଦାବୁଟ୍ରା,କାଶିବାହାଲ, ଫୁଫଗାଁ,କୋକସରା,ଗମ୍ଭାରୀଗୁଡା,ରେଙ୍ଗାଳପାଲି,ମୋଟେର, ଟେମରା, ମାଝୀଗୁଡା,ଡ଼ହଗାଁ ଡାଲଗୁମା, ମୁଷାପାଲି,ପୋଡ଼ାଗୁଡା,ଖୁଣ୍ଟିଆ ୧୫ ଗୋଟି ପଞ୍ଚାୟତର ୯୮୩୨. ୪୮ ହେକ୍ଟରରେ ଚଳିତ ବର୍ଷ ରବିଚାଷ ହୋଇଛି। ତେବେ ଏହି ଅଞ୍ଚଳର ଚାଷୀମାନେ ଧାନ ବିକ୍ରି ପଞ୍ଜିକରଣ ରୁ ବାଦ ପଡିଛନ୍ତି।ଏହି ଘଟଣାକୁ ନେଇ ବିଧାନସଭାରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଚାଷି ପଞ୍ଜିକରଣ ପାଇଁ ପ୍ରଶ୍ନକାଳ ରେ ଦାବି ଉଠାଇଥିବା ବେଳେ ପଞ୍ଜିକରଣରୁ ବାଦ ପଡିଥିବା ଚାଷିଙ୍କ ମଧ୍ୟରେ ଦେଖା ଦେଇଥିବା ସମସ୍ୟାକୁ ନେଇ ଗୁରୁବାର କୋକସରା ବ୍ଲକ ସଚେତନ କୃଷକ ମଞ୍ଚର ଆବାହକ ରାଜୀବ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତ ର ଚାଷିଙ୍କୁ ନେଇ ଏକ ବୈଠକ କୋକସରା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ରବିଚାଷ ପଞ୍ଜିକରଣ ନେଇ ଦାବି ରଖିବାକୁ ପ୍ରସ୍ତାବ ଆଗତ କରିବା ସହ ଆସନ୍ତା ୩୧ ତାରିଖରେ ଚାଷିଙ୍କ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ଚାଷି ଙ୍କ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ଜୟ ଜଗନ୍ନାଥ ଚାଷି ସଂଗଠନ ଲଡୁଗାଁ ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ,ଅଜିତ ପଟ୍ଟନାୟକ, ନିମାଇଁ ଚରଣ ଧଙ୍ଗଡା ମାଝୀ, ଅଚ୍ୟୁତ କୁମାର ସାହୁ,ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ଶ୍ରୀନିବାସ ପ୍ରଧାନୀ,ତ୍ରିଭୁବନ ନାଏକ,କିରଣ ସାହୁ, ସୁନୀଲ ଦୁରିଆ,କ୍ଷୀରସିନ୍ଧୁ ନେଗି, ଲଲାଟେନ୍ଦୁ ନାରାୟଣ ପ୍ରଧାନୀ, ରବି ନାରାୟଣ ଦାସ, ସନତ ପ୍ରଧାନୀ, ବିଶ୍ୱନାଥ ପଟ୍ଟନାୟକ, ପ୍ରମୋଦ କୁମାର ବେହେରା,ଚନ୍ଦ୍ରଭାନୁ ସୁନା, ସୁବୋଧ ପ୍ରଧାନୀ ସମେତ ମେଗାଲିଫ୍ଟ ଅଞ୍ଚଳର ଶତାଧିକ ଚାଷୀମାନେ ଉପସ୍ଥିତ ଥିଲେ।