Header-News-Banner

ପ୍ରେସକ୍ଳବ ତରଫରୁ ଜଳଛତ୍ର ଉଦଘାଟନ

0
WhatsApp Image 2026-04-15 at 6.54.44 PM

କପ୍ରେସକ୍ଳବ ତରଫରୁ ଜଳଛତ୍ର ଉଦଘାଟନ l
କୋଇଡା.୧୫/୧୨/୨୬
ଗ୍ରୀଷ୍ମ ତାପ ରୁ ଲୋକଙ୍କୁ ରାହାତ୍ ଦେବା ପାଇଁ ଆଜି କୋଇଡାରେ ଜଳଛାତ୍ର ଉଦଘାଟନ କରାଯାଇଛି। ଏହା କୋଇଡା ବ୍ଲକ ଅଫିସ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସ ରେ ଶୁଭଆରମ୍ଭ କରା ହୋଇଛି l ପ୍ରତେକ ଦିନ ବ୍ଲକ, ତହସିଲ ଓ ଦୋକାନ ବଜାର କୁ ଆସୁଥିବା ସାଧାରଣ ଲୋକ ପାନୀୟ ଜଳର ସେବା ପାଇପାରିବେ l ସ୍ଥାନୀୟ ସରପଞ୍ଚ ହୂରସିକେଶ ଦେହୁରୀ, ଜିଲ୍ଲା ପରିଷଦ ଅଶୋକ ନାଏକ, କୋଇଡା ତହସିଲଦାର ନିର୍ମଳ ବିଶ୍ୱାଳ, କୋଇଡା କଲେଜ ଅଧ୍ୟାପୋକ ପ୍ରଦୀପ ପଟନାୟକ, ବିଜେପି ପୂର୍ବତନ ମଣ୍ଡଳ ସଭାପତି ମିଲେରୀ ବାରିକ, ଶିକ୍ଷାବିଦ ପ୍ରଶାନ୍ତ ପରିଡା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଯୋଗଦେଇ ନଡ଼ିଆ ବାଡେଇ ଫିତା କାଟି ଜଳଛାତ୍ରକୁ ଶୁଭାରମ୍ଭ କରିଥିଲେ। ଏହା ସହିତ ଲୋକମାନଙ୍କୁ ଥଣ୍ଡା ପାଣି ଓ ପଣା ବଣ୍ଟନ କରାଯାଇଥିଲା। ତିବ୍ର ଗରମରେ ଏହି ପଦକ୍ଷେପକୁ ସାଧାରଣ ଲୋକମାନେ ବହୁତ ସ୍ୱାଗତ କରିଛନ୍ତି। ଏହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ ଲୋକ ପଣାର ଆନନ୍ଦ ଉଠାଇ ଥିଲେ l କୋଇଡା ପ୍ରେସ କ୍ଳବର ସଭାପାତି ସଂଗ୍ରାମ ନାୟକ, ସମ୍ପାଦକ ବିଜୟାନନ୍ଦ ଜେନା, ସମ୍ବିତ ଜେନା, ବିଜୟ ଦାସ, ସୁରେଶ ଦାସ, ରଶ୍ମି ରଣା, ସରସ୍ବତୀ ଟିଉ, ଗଗନ ବେହେରା, ଆଦି ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ପଣା ବଣ୍ଟନ କରିବା ସହ ଆଗାମୀ ଦିନରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି

କଳିଙ୍ଗ ଫୋକସ

Spread the love

Leave a Reply

Your email address will not be published. Required fields are marked *