ମର୍କଟ ଆକ୍ରମଣ ରେ ନାବାଳିକା ଗୁରୁତର ବଙ୍ଗୋମୁଣ୍ଡା,୧୬/୧୦:(ଅନିଲ କୁମାର ଖମାରୀ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପୁଟୁପଡା ଗାଁରେ ମାଙ୍କଡ଼ ଆତଙ୍କ । ମାଙ୍କଡଡ଼ ଆକ୍ରମଣରେ ଜଣେ ୫ ବର୍ଷୀୟା ନାବାଳିକା ଗୁରୁତର ହୋଇଛନ୍ତି । ଝିଅଟିକୁ ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ମାସକ ପୂର୍ବରୁ ପୁଟୁପଡା ଗାଁର ସଲ୍ୟ ବଛା ଓ ଦୁଇ ଜଣ ମହିଳା, ଭାନପୁର ଗାଁର କିଛି ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଗୁରୁବାର ସକାଳୁ ଜଣେ ନାବାଳିକାଙ୍କୁ ଆକ୍ରମଣ କରିଛନ୍ତି ମାଙ୍କଡ଼ ।
ସୂଚନା ମୁତାବକ, ଗୁରୁବାର ସକାଳ ୯ଟା ୩୦ରେ ପୁଟୁପଡା ଗାଁର ୫ ବର୍ଷୀୟା ନାବାଳିକା ପାଠ ପଢିବା ପାଇଁ ଶିଶୁ ବାଟିକା ଯାଉଥିଲେ । ଏହି ସମୟରେ...